ଆଳୁ ପନିର କୋପ୍ତା କରି ।

Share this :

ଆବଶ୍ୟକ ସାମଗ୍ରୀ: ସିଝା ଆଳୁ, ପନିର, ପୋସ୍ତୋ, ଟମାଟୋ ପେଷ୍ଟ, କର୍ଣ୍ଣଫ୍ଲୋର୍‌, ଧଣିଆ ପତ୍ର, କାଜୁ, କିସ୍‌ମିସ୍‌, ଅଦାପେଷ୍ଟ, କଞ୍ଚା ଲଙ୍କା, ଜିରା, ହଳଦୀ ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଏକ ପାତ୍ରରେ ସିଝା ଆଳୁ ଓ ପନିରକୁ କଦୁକସ୍‌ କରିଦିଅନ୍ତୁ। ଏବେ ଏଥିରେ ଲୁଣ, କର୍ଣ୍ଣପ୍ଲୋର, କଞ୍ଚା ଲଙ୍କା, କଟା ଧଣିଆପତ୍ର ଓ କାଜୁକିସ୍‌ମିସ୍‌ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ […]  Malai Kofta Recipe (Paneer Kofta) » Dassana's Veg Recipes

ଆବଶ୍ୟକ ସାମଗ୍ରୀ:

  •  ସିଝା ଆଳୁ
  • ପନିର
  • ପୋସ୍ତୋ
  • ଟମାଟୋ ପେଷ୍ଟ
  • କର୍ଣ୍ଣଫ୍ଲୋର୍‌
  • ଧଣିଆ ପତ୍ର
  • କାଜୁ
  • କିସ୍‌ମିସ୍‌
  • ଅଦାପେଷ୍ଟ
  • କଞ୍ଚା ଲଙ୍କା
  • ଜିରା
  • ହଳଦୀ ଗୁଣ୍ଡ
  • ଧନିଆ ଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଗରମ ମସଲା
  • ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ସିଝା ଆଳୁ ଓ ପନିରକୁ କଦୁକସ୍‌ କରିଦିଅନ୍ତୁ।ଏବେ ଏଥିରେ ଲୁଣ, କର୍ଣ୍ଣପ୍ଲୋର, କଞ୍ଚା ଲଙ୍କା, କଟା ଧଣିଆପତ୍ର ଓ କାଜୁକିସ୍‌ମିସ୍‌ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।ଏବେ ଏହି ମିଶ୍ରଣକୁ ଚୋଟ ଚୋଟ ଗୋଳା କରି ରଖନ୍ତୁ।ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରନ୍ତୁ।ତେଲ ଭଲଭାବେ ଗରମ ହୋଇଗଲେ ଏଥିରେ ଏହି ଛୋଟ ଆଳୁ ଓ ପନିର ଗୋଳାକୁ ପକାଇ ଛାଣନ୍ତୁ।

ବର୍ତ୍ତମାନ ଆଉଏକ ପାତ୍ରେ ତେଲ ଗରମ କରନ୍ତୁ।ଗରମ ତେଲରେ ଜିରା, ହଳଦୀ ଗୁଣ୍ଡ, ଧଣିଆ ଗୁଣ୍ଡ ଓ ଅଦା ପେଷ୍ଟ ପକାଇ ମସଲା କଷନ୍ତୁ।କିଛି ସମୟ ମସଲା କଷି ହେବା ପରେ ଏଥିରେ ଟମାଟୋ ପୋସ୍ତ ଓ କଞ୍ଚା ଲଙ୍କା ପେଷ୍ଟ ପକାଇ କଷନ୍ତୁ।ମସଲା କଷି ହୋଇଗଲେ ଏଥିରେ ପାଣି, ଲୁଣ, ଗରମ ସମଲା ପକାଇ କିଛି ସମୟ ପାଇଁ ଗୋଡ଼ାଇ ଦିଅନ୍ତୁ।

ମସଲା ଫଟିଗଲା ପରେ ଛଣା ଯାଇଥିବା କୋଫ୍ତାଗୁଡ଼ିକୁ ଏଥରେ ପକାଇ ଦିଅନ୍ତୁ।କିଛି ସମୟ ଏହାକୁ ପୁଣି ଘୋଡ଼ାଇ ଦିଅନ୍ତୁ।କୋଫ୍ତା ନରମ ହୋଇଗଲେ ଚୁଲି ବନ୍ଦ କରିଦିଅନ୍ତୁ।ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ଆଳୁ ପନିର କୋପ୍ତା କରି’।

Share this :

Leave a Reply

Your email address will not be published. Required fields are marked *