ଅଧିକ ପେନସନ ବିକଳ୍ପ ବାଛିପାରିବେ ଇପିଏଫ୍‌ଓ ଉପଭୋକ୍ତା, ଏମିତି କରିବାକୁ ପଡିବ ଆବେଦନ

Share this :

ନୂଆଦିଲ୍ଲୀ: ପେନସନ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମାନେ ଦରମାର ୮.୩୩ ପ୍ରତିଶତ ଜମା କରିପାରିବେ। ବର୍ତ୍ତମାନର ସଦସ୍ୟ ଏବଂ ୨୦୧୪ ସେପ୍ଟେମ୍ବର ୧ରେ ଅବସର ଗ୍ରହଣ କରିଥିବା ସଦସ୍ୟଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ। ଅର୍ଥାତ୍ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତା ଇପିଏଫଓଙ୍କୁ ସଦସ୍ୟମାନଙ୍କ ମୂଳ ବେତନର ୮.୩୩ ପ୍ରତିଶତ ଅର୍ଥ କାଟି ରଖିବା ପାଇଁ ଆବେଦନ କରିପାରିବେ। ଫଳରେ କର୍ମଚାରୀମାନଙ୍କ ପେନସନ ପାଣ୍ଠିରେ ଅଧିକ ଅର୍ଥ ଜମା ରହିପାରିବ।The Employee Provident Funds, 1952 : A guide - iPleaders

୨୦୨୨ ନଭେମ୍ବର ୪ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ଇପିଏଫଓ ଏହାର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ସୁପ୍ରିମକୋର୍ଟ କର୍ମଚାରୀ ପେନସନ (ସଂଶୋଧନ) ସ୍କିମ୍‌କୁ ବଜାୟ ରଖିଛନ୍ତି। ଏହାଫଳରେ ହିତାଧିକାରୀମାନେ ଅଧିକ ପେନସନର ସୁବିଧା ନେଇପାରିବେ। ପେନସନ ପାଇଁ ଅଧିକ ପାଣ୍ଠି ପ୍ରଦାନ ଜମା କରିବାର ସୁଯୋଗ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ୪ ମାସ ଅତିରିକ୍ତ ସମୟ ପ୍ରଦାନ କରାଯାଇଥିଲା। ଉକ୍ତ ସ୍କିମରେ ସାମିଲ ହେବାପାଇଁ କର୍ମଚାରୀମାନଙ୍କ ଇପିଏଫରୁ ଇପିଏସ୍‌ (କର୍ମଚାରୀ ପେନସନ ଯୋଜନା)କୁ ପାଣ୍ଠି ଆବଣ୍ଟନ ହେବା ଆବଶ୍ୟକ। ଇପିଏଫଓର ନିର୍ଦ୍ଦେଶନାମା ଅନୁଯାୟୀ ବେତନ ସୀମାଠାରୁ ଅଧିକ ବେତନ ଉପରେ ନିଯୁକ୍ତିଦାତାଙ୍କ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ଅର୍ଥ ସ୍ଥାନାନ୍ତର ହୋଇଛି ବୋଲି ପ୍ରମାଣ ଦାଖଲ କରିବାକୁ ହେବ। ଏଥିସହିତ ଅନ୍ୟାନ୍ୟ ପ୍ରମାଣପତ୍ର ମଧ୍ୟ ଦାଖଲ କରିବାକୁ ହେବ। ଇପିଏଫ ଆଣ୍ଡ୍ ଏମପି ଆଇନ ଅନୁଯାୟୀ, ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ କର୍ମଚାରୀଙ୍କ ମୂଳ ବେତନ ଏବଂ ମହଙ୍ଗାଭତ୍ତାର ୧୨ ପ୍ରତିଶତ ଇପିଏଫରେ ଜମା କରିବାକୁ ପଡ଼ିଥାଏ। କର୍ମଚାରୀଙ୍କ ୧୨ ପ୍ରତିଶତ ଅର୍ଥ ଭବିଷ୍ୟନିଧି ପାଣ୍ଠିକୁ ଯାଇଥାଏ। କିନ୍ତୁ ନିଯୁକ୍ତିଦାତା ପ୍ରଦାନ କରୁଥିବା ୧୨ ପ୍ରତିଶତ ଅର୍ଥରୁ ୩.୬୭ ପ୍ରତିଶତ ଅର୍ଥ ଇପିଏଫକୁ ଏବଂ ଅବଶିଷ୍ଟ ୮.୩୩ ପ୍ରତିଶତ ଅର୍ଥ କର୍ମଚାରୀ ପେନସନ ସ୍କିମ (ଇପିଏସ୍‌)କୁ ଯାଇଥାଏ। ଏହାବ୍ୟତୀତ କେନ୍ଦ୍ର ସରକାର କର୍ମଚାରୀଙ୍କ ପେନସନ ବାବଦକୁ ୧.୧୬ ପ୍ରତିଶତ ଯୋଗଦାନ କରିଥାନ୍ତି। ବର୍ତ୍ତମାନ ଇପିଏସ୍‌କୁ ଯୋଗଦାନ ପାଇଁ କର୍ମଚାରୀଙ୍କ ମାସିକ ମୂଳବେତନର ସର୍ବୋଚ୍ଚ ସୀମା ୧୫ ହଜାର ଟଙ୍କାରେ ଧାର୍ଯ୍ୟ କରାଯାଇଛି।

ମାସିକ ୧ ଲକ୍ଷ ଟଙ୍କାର ମୂଳ ବେତନ ପାଉଥିବା କର୍ମଚାରୀଙ୍କୁ ପେନସନ ବାବଦରେ ୮.୩୩ ପ୍ରତିଶତ ହିସାବରେ ୮୩୩୦ ଟଙ୍କା ଜମା କରିବା ସୁବିଧା ମିଳିବ। କିନ୍ତୁ ଏବେ ନିଯୁକ୍ତିଦାତାମାନେ ଇପିଏସ ବାବଦରେ ସର୍ବାଧିକ ୧୨୫୦ ଟଙ୍କା ( ୧୫ ହଜାର ଟଙ୍କାର ୮.୩୩ ପ୍ରତିଶତ ) ଯୋଗଦାନ କରୁଛନ୍ତି। ତେବେ ବର୍ତ୍ତମାନ ଏହି କଟକଣାକୁ ହଟାଇ ଦିଆଯାଇଛି।

Share this :

Leave a Reply

Your email address will not be published. Required fields are marked *