ଆବଶ୍ୟକୀୟ ସାମଗ୍ରୀ
ଅଟା, ସୁଜି, ଲୁଣ, ଗୋଲମରିଚ ଗୁଣ୍ଡ, ଜୁଆଣି ଦାନା, ହଳଦୀ ଗୁଣ୍ଡ, ସିଝା ଆଳୁ, ପାଣି, ଧଣିଆ ପତ୍ର ଏବଂ ତେଲ।
ଆବଶ୍ୟକୀୟ ସାମଗ୍ରୀ
ଅଟା, ସୁଜି, ଲୁଣ, ଗୋଲମରିଚ ଗୁଣ୍ଡ, ଜୁଆଣି ଦାନା, ହଳଦୀ ଗୁଣ୍ଡ, ସିଝା ଆଳୁ, ପାଣି, ଧଣିଆ ପତ୍ର ଏବଂ ତେଲ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ଅଟା ନେଇ ସେଥିରେ ସୂଜି, ଲୁଣ, ଗୋଲମରିଚ ଗୁଣ୍ଡ, ଜୁଆଣି ଦାନା, ହଳଦୀ ଗୁଣ୍ଡ ପକାନ୍ତୁ। ତା ପରେ ସେଥିରେ ପୂର୍ବରୁ ସିଝା ହୋଇଥିବା ଆଳୁକୁ ଗୁଣ୍ଡ କରି ପକାନ୍ତୁ। ଏହି ସବୁ ସାମଗ୍ରୀକୁ ବିନା ପାଣିରେ ପ୍ରଥମେ ଭଲରେ ଗୋଳାଇ ଦିଅନ୍ତୁ। ତା ପରେ ସେଥିରେ ଧଣିଆ ପତ୍ର ଏବଂ ପାଣି ପକାଇ ଅଟା ଚକଟିଲା ପରି ଏହାକୁ ଚକଟି ଦିଅନ୍ତୁ। ଧ୍ୟାନରେ ରଖି ଚକଟିବେ କାରଣ ଆଳୁ ପଡ଼ିଥିବାରୁ କମ୍ ପାଣି ଆବଶ୍ୟକ ହୋଇପାରେ।
ଅଟା ପୂରା ଚକଟା ହୋଇଗଲା ପରେ ସେଥିରେ ଅଳ୍ପ ତେଲ ପକାଇ ପୁଣି ଥରେ ଚକଟି ଦିଅନ୍ତୁ। ତାପରେ ସେହି ଅଟା ଚକଟାକୁ କିଛି ସମୟ ଘୋଡ଼ଇ ରଖି ଦିଅନ୍ତୁ।
କିଛି ସମୟ ପରେ ଚକଟା ଅଟାକୁ ପୁରୀ କରିବା ପାଇଁ ଛୋଟ ଛୋଟ ଗୋଲ୍ କରିଦିଅନ୍ତୁ। ତା ପରେ ତାକୁ ପୁରୀ ଭଳି ବେଲନ୍ତୁ।
ଏହା ପରେ ଗ୍ୟାସ୍ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ତା ପରେ ବେଲା ହୋଇଥିବା ପୁରୀକୁ ଛାଣନ୍ତୁ। ବାସ୍ । ପ୍ରସ୍ତୁତ ହାଇଗଲା ଆପଣଙ୍କର ଆଳୁ ପୁରୀ।
ଏହାକୁ ପିଲାମାନଙ୍କର ଟିଫିନ୍ରେ ଦେବା ସହ ଅଫିସ୍ ମଧ୍ୟ ନେଇ ଯାଇ ପାରିବେ।