ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ଚାରିଆଡ଼େ ବସ୍, ଟ୍ରକ ଚଳାଚଳ ଠପ୍ ହୋଇଛି । ଆଜି ରାଜଧାନୀରେ ଗଡ଼ିବନି ଅଟୋ । ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇବେ ଅଟୋ ଡ୍ରାଇଭର । ସ୍ମାର୍ଟସିଟି ଅନ୍ଲାଇନ ଅଟୋ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଏଥିରେ ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ସାମିଲ ହେବେ ।
ଲୋୟର ପିଏମ୍ଜି ଓ ଜନପଥରେ ଧାରଣା ଦେବ ସଂଘ । ଗତକାଲିର ଆନ୍ଦୋଳନରେ ନିଜକୁ ଅପମାନିତ ବୋଧ କରି ଆନ୍ଦୋଳନ ଧମକ ଦେଇଛି ଅଟୋ ସଂଘ । ଆନ୍ଦୋଳନରେ ସାମିଲ ହୋଇ ନଥିବାରୁ ସେମାନଙ୍କୁ ଅପମାନିତ କରାଯାଇଥିବା ସଂଘ ଅଭିଯୋଗ କରିଛି । ଆଜି ପ୍ରଥମେ ଏସଂକ୍ରାନ୍ତରେ ସଂଘ ପୋଲିସ ଡିଜି ଓ ଭୁବନେଶ୍ୱର ଡିସିପିଙ୍କୁ ଭେଟିବେ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଅଟୋ ଚଳାଚଳ ବନ୍ଦ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ସରକାର ସଂଘର ଦାବିକୁ ସହୃଦୟତାର ସହ ଗ୍ରହଣ କରି ଆଲୋଚନା କରୁଥିବା ବେଳେ ଏଭଳି ଚରମ ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ସରକାରୀ କର୍ମଚାରୀଙ୍କୁ ପେନସନ ବ୍ୟବସ୍ଥା ନ ଥିବା ବେଳେ ଡ୍ରାଇଭରମାନେ ପେନସନ ଦାବି କେତେ ଯୁକ୍ତିଯୁକ୍ତ ଏନେଇ ପ୍ରଶ୍ନ ଉଠାଇଛି ଖୋଦ ଅଟୋ ଚାଳକ ମହାସଂଘ।