ଆଦାନୀଙ୍କ ପରେ ହିଣ୍ଡେନବର୍ଗ ଟାର୍ଗେଟରେ ବ୍ଲକ୍‌ ସେୟାର ମୂଲ୍ୟ ୨୦ ପ୍ରତିଶତ ଖସିଗଲା

Share this :

ଆମେରିକୀୟ ସର୍ଟ ସେଲିଂ ଫାର୍ମ ଭାରତର ଆଦାନି ଗ୍ରୁପ୍‌କୁ ତଳିତଳାନ୍ତ କରିବା ପରେ ଏବେ ଆମେରିକୀୟ କମ୍ପାନି ବ୍ଲକ୍‌କୁ ‌ଟାର୍ଗେଟ କରିଛି। ବ୍ଲକ୍‌ ହେଉଛି ପେମେଣ୍ଟ ପ୍ଲାଟଫର୍ମ କ୍ୟାସ ଆପ୍‌ର ମୂଳ କମ୍ପାନି। ଟ୍ବିଟରର ପ୍ରତିଷ୍ଠାତା ଜ୍ୟାକ ଡୋର୍ସି ଓ ଜିମ୍‌ ମ୍ୟାକେଲ୍‌ଭିଙ୍କ ଦ୍ବାରା ଦ୍ବାରା ଏହି କମ୍ପାନି ୨୦୦୯ ମସିହାରେ ପ୍ରତିଷ୍ଠା ହୋଇଛି। ହିଣ୍ଡେନବର୍ଗ ଏହି କମ୍ପାନି ଏବଂ ଏହାର ଶୀର୍ଷ ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। କରୋନା ମହାମାରୀ ସମୟରେ ଡୋର୍ସି ବ୍ଲକର ଇନସାଇଡର ଟ୍ରେଡିଂରେ ସାମିଲ ଥିଲେ। ଉକ୍ତ ବେଆଇନ କାର୍ଯ୍ୟରେ କମ୍ପାନିର ସହ ପ୍ରତିଷ୍ଠାତା

As Hindenburg shorts Block, 5 facts about Jack Dorsey's firm - Hindustan Times

ଜେମ୍ସ ମ୍ୟାକେଲଭି, ମୁଖ୍ୟ ଆର୍ଥିକ ଅଧିକାରୀ ଅମୃତା ଆହୁଜା ଏବଂ କ୍ୟାସ ଆପ୍‌ର ଲିଡ୍‌ ମ୍ୟାନେଜର ବ୍ରିୟାନ ଗ୍ରାସାଡୋନିଆ ବି ରହିଥିଲେ। ମହାମାରୀ ସମୟରେ କମ୍ପାନିର ସେୟାର ମୂଲ୍ୟ ମାତ୍ରାଧିକ ବୃଦ୍ଧି ପାଇଥିଲା। ସେହି ସମୟରେ ଦୁଇ ସହ ପ୍ରତିଷ୍ଠାତା ୧ ବିଲିଅନ ଡଲାରରୁ ଅଧିକ ସେୟାର ବିକ୍ରି କରିଦେଇଥିବା ଅଭିଯୋଗ ହିଣ୍ଡେନବର୍ଗ ରିସର୍ଚ୍ଚ କରିଛି। ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସେୟାର ବିକ୍ରି କରିଥିଲେ। ବ୍ଲକ୍‌ର ଜାଲିଆତିକୁ ଧରିବା ପାଇଁ ହିଣ୍ଡେନବର୍ଗକୁ ପ୍ରାୟ ୨ ବର୍ଷ ଅନୁସନ୍ଧାନ କରିବାକୁ ପଡ଼ିଥିବା କୁହାଯାଇଛି।ଆଦାନୀ ଗ୍ରୁପ୍ ଉପରେ ରିପୋର୍ଟର ଠିକ୍ ଦୁଇ ମାସ ପରେ ହିଣ୍ଡେନବର୍ଗର ଏହି ରିପୋର୍ଟ ଆସିଛି। ଏହି ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ବଜାର କ୍ୟାପରେ ୧୦୦ ବିଲିୟନ ଡଲାରର ହ୍ରାସ ପାଇଥିଲା। ଟୁଇଟର ସହ ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ୨୦୦୯ ମସିହାରେ ‘ବ୍ଲକ ଇଙ୍କ’ର ପ୍ରତିଷ୍ଠା କରିଥିଲେ। ଏହି କମ୍ପାନୀ ଟେକ୍ନୋଲୋଜି ସହିତ ଜଡିତ।

ଏଥିସହିତ କମ୍ପାନି ଏହାର ୟୁଜର ସଂଖ୍ୟା ବଢ଼େଇଚଢ଼େଇ ଦେଖାଇଛି। ସେହିଭଳି ଗ୍ରାହକ ସୃଷ୍ଟି ପାଇଁ ହେଉଥିବା ଖର୍ଚ୍ଚକୁ କମ୍ କରି ଦେଖାଇଛି। ହିଣ୍ଡେନବର୍ଗ ରିସର୍ଚ୍ଚର ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ବ୍ଲକ୍‌ର ସେୟାର ମୂଲ୍ୟ ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି।

Share this :

Leave a Reply

Your email address will not be published. Required fields are marked *