ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସକୁ ବାନ୍ଧିଲା ପୋଲିସ

Share this :

ପୋଲିସକୁ ବାନ୍ଧିଲା ପୋଲିସ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହେଲେ ପୋଲିସ କନେଷ୍ଟବଳ । ଗିରଫ ପୋଲିସ କନେଷ୍ଟବଳ ହେଉଛନ୍ତି ମନୋଜ କୁମାର ମୁଦୁଲି ।

police

ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ, ବୋଲେରୋ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ପରେ ବୋଲେରୋକୁ ପିଛା କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଏହି ଚୋରା ଚାଲାଣରେ ପୋଲିସ କନେଷ୍ଟବଳ ମନୋଜ ମୁଦୁଲିଙ୍କର ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା ପୋଲିସ । ତେଣୁ ଅଭିଯୁକ୍ତ ଗ୍ରାମବାସୀଙ୍କ ସହ ମନୋଜଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଉଭୟଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ୨୧ କିଲୋ ଗଞ୍ଜେଇ ମଧ୍ୟ ଜବତ ହୋଇଛି । ତେବେ ଏହି ଘଟଣାରେ ଅନ୍ୟ ୩ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।

 

Share this :

Leave a Reply

Your email address will not be published. Required fields are marked *