ଟ୍ରାଏ କରନ୍ତୁ ଚିକେନ୍‌ ଶାହି ରୋଲ୍‌

Share this :

ଆବଶ୍ୟକ ସାମଗ୍ରୀ

  • ରୁମାଲ ରୁଟି
  • ପିଆଜ
  • ସିମଲା ଲଙ୍କା
  • ବୋନଲେସ୍‌ ଚିକେନ
  • ଅଦା ରସୁଣ ପେଷ୍ଟ
  • କଟା ଟମାଟୋ
  • କଞ୍ଚା ଲଙ୍କା
  • ଧନିଆପତ୍ର
  • ଲାଲ ଲଙ୍କା ସ୍ୱାଦାନୁସାରେ
  • ଲୁଣ ସ୍ୱାଦାନୁସାରେ
  • ତେଲ

 

Easy Chicken Kathi roll – Kerala Style | Yummy O Yummy

ପ୍ରସ୍ତୁତି ପ୍ରଣାଳୀ

ମିଡିୟମ୍‌ ଆଞ୍ଚରେ ପ୍ୟାନ୍‌ ବସାଇ ୨ ଚାମଚ୍‌ ତେଲ ଗରମ କରନ୍ତୁ।ଏଥିରେ ରୁମାଲୀ ରୁଟି ରଖି ଦୁଇ ପାଖକୁ ସେକି ଅଲଗା ରଖି ଦିଅନ୍ତୁ।ସେହି ପ୍ୟାନରେ ବଳକା ରହିଯାଇଥିବା ତେଲକୁ ପକାଇ ଗରମ କରିବା ପାଇଁ ରଖିଦିଅନ୍ତୁ।ଏବେ ପିଆଜ ଏବଂ ଅଦା ରସୁଣ ପେଷ୍ଟ ପକାଇ ଫ୍ରାଏ କରିଦିଅନ୍ତୁ।ଏହାପରେ ଟମାଟୋ, କଞ୍ଚା ଲଙ୍କା ଏବଂ ସିମଲା ଲଙ୍କା ପକାଇ ଭଲଭାବେ ଭାଜନ୍ତୁ।ଏଥିରେ ଲାଲ ଲଙ୍କା ପାଉଡର, ଚିକେନ ଏବଂ ଲୁଣ ପକାଇ ୪ ରୁ ୫ ମିନିଟ୍‌ ପର୍ଯ୍ୟନ୍ତ ସିଝାନ୍ତୁ।ନିର୍ଦ୍ଧିଷ୍ଟ ସମୟ ପରେ ଧନିଆ ପତ୍ର ପକାନ୍ତୁ।ଷ୍ଟଫିଙ୍ଗ ପାଇଁ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ରୁମାଲ ରୁଟି ମଝିରେ ବରାବର ମାତ୍ରାରେ ରଖି ରୋଲ କରିଦିଅନ୍ତୁ।ଏବେ ପ୍ରସ୍ତୁୁତ ହୋଇଗଲା ଆପଣଙ୍କର ଚିକେନ୍‌ ଶାହି ରୋଲ। ଏହାକୁ ସସ୍‌ କିମ୍ବା ଚଟଣୀ ସହିତ ସର୍ଭ କରି ମଜା ଉଠାନ୍ତୁ।

Share this :

Leave a Reply

Your email address will not be published. Required fields are marked *