ତିନି ହଜାର ଟଙ୍କା ଶସ୍ତା ହେଲା ସୁନା ଦର; ଆଗକୁ କମିବାର ରହିଛି ସମ୍ଭାବନା!

Share this :

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୧,୨୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୫,୯୬୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୭୦୦ ଟଙ୍କା ଓ ୫୬,୫୧୦ ଟଙ୍କା ହୋଇଛି।

Gold Rates Today: Check Gold And Silver Prices in Delhi, Mumbai and Other Major Indian Cities

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୧,୭୦୦ ଟଙ୍କା ଓ ୫୬,୫୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୧,୯୫୦ ଟଙ୍କା ଓ ୫୬,୬୧୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୧,୭୦୦ ଟଙ୍କା ଓ ୫୬,୫୧୦ ଟଙ୍କା ରହିଛି। ସେହିପରି ରୁପା ମୂଲ୍ୟ ମଧ୍ୟ ଆଜି କମ୍ ହୋଇଛି। ଆଜି ରୁପା କିଲୋଗ୍ରାମକୁ ୧୦୦ ଟଙ୍କା କମି ୬୮,୩୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Share this :

Leave a Reply

Your email address will not be published. Required fields are marked *