ତେନ୍ତୁଳି ଚଟଣୀ

Share this :

ଆବଶ୍ୟକ ସାମଗ୍ରୀ

  • ତେନ୍ତୁଳି
  • ଗୁଡ
  • ଲୁଣ
  • କଳା ଲୁଣ
  • ଲାଲ ଲଙ୍କା
  • ଜିରା ପାଉଡର
  • ଗୋଲ ମରୀଚ ପାଉଡର
  • ଅଦା ପାଉଡର
  • ଗରମ ମସଲା

How To Make Tamarind or Imli Chutney Recipe - MyDelicious Recipes

ପ୍ରସ୍ତୁତି ପ୍ରଣାଳୀ

ତେନ୍ତୁଳୀ ଚଟଣୀ ବନାଇବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ପାଣି ଗରମ କରନ୍ତୁ। ଏହାପରେ ଏଥିରେ ତେନ୍ତୁଳିକୁ କିଛି ସମୟ ପାଇଁ ଭିଜାଇ ରଖିଦିଅନ୍ତୁ।

ଯେତେବେଳେ ତେନ୍ତୁଳୀ ଭଲଭାବେ ଭିଜିଯିବ ସେତେବେଳେ ହାତରେ ଏହାକୁ ଚକଟି ଛଙ୍କା ସାହାଯ୍ୟରେ ଛାଣି ଦିଅନ୍ତୁ।

ଏବେ ଏକ କଡା ଗରମ କରନ୍ତୁ ଏବଂ ଏଥିରେ ଛାଣି ରଖିଥିବା ତେନ୍ତୁଳି ରସ ଏବଂ ଅଳ୍ପ ପାଣି ମିଶାଇ ଫୁଟାନ୍ତୁ।

ଗୋଟେ ଥର ଏହା ଫୁଟି ଆସିଲା ପରେ ଏଥିରେ ଗୁଡ ମିଶାନ୍ତୁ। ଯଦି ପାଉଡର ଗୁଡର ବ୍ୟବହାର କରିବେ ତ ଆହୁରି ଭଲ ହେବ। ନଚେତ ଆପଣ ଗୁଡକୁ ପେଶି ମଧ୍ୟ ଏଥିରେ ପକାଇ ପାରିବେ।

ଯେତେବେଳେ ଗୁଡ ଭଲଭାବେ ମିକ୍ସ ହୋଇଯିବ ସେତେବେଳେ ଏହାକୁ ଭଲଭାବେ ଚଲାଇ ଏଥିରେ ମସଲା ପକାନ୍ତୁ।

ସମସ୍ତ ମସଲା ଯେମିତିକି ଲୁଣ, କଳା ଲୁଣ, ଲାଲ ଲଙ୍କା, ଜିରା ପାଉଡର, ଗୋଲ ମରୀଚ ଏକ ଛୋଟ ଚାମଚ, ଅଦା ପାଉଡର, ଗରମ ମସଲା ପକାନ୍ତୁ ଏବଂ ଏହାପରେ ଭଲଭାବେ ମିକ୍ସ କରନ୍ତୁ।

୩ ରୁ ୪ ମିନିଟ୍‌ ଫୁଟାନ୍ତୁ ଏବଂ ଏହାପରେ ତେନ୍ତୁଳି ଚଟଣୀ ପ୍ରସ୍ତୁତ କରନ୍ତୁ। ଏହା ଥଣ୍ଡା ହୋଇଯିବା ପରେ ଏକ କାଚ କଣ୍ଟେନରରେ ଷ୍ଟୋର କରି ରଖିପାରିବେ।

Share this :

Leave a Reply

Your email address will not be published. Required fields are marked *