ପ୍ରତିଦିନ ଅଦା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଅନେକ ପେଟ ରୋଗ ବି ଦୂର ହୋଇଥାଏ।

Share this :

ଅଦା ଆମ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ ତାହା ଆମେ ସମସ୍ତେ ଜାଣନ୍ତି।  ଅଦାରୁ ଶରୀରକୁ ପୋଷଣ ମିଳିଥାଏ। ଏହା ଶରୀର ପାଇଁ ଖୁବ ଭଲ। ବିଶେଷକରି ମସ୍ତିଷ୍କ ପାଇଁ ଅଦା ଅତି ଭଲ ହୋଇଥାଏ। ଏହାକୁ ଅନେକ ପ୍ରକାର ମସଲାରେ ବ୍ୟବହାର କରି ହେବ। ପ୍ରତିଦିନ ଅଦା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଅଦା ଖାଇବା ଦ୍ବାରା ‌ଅନେକ ପେଟ ରୋଗ ବି ଦୂର ହୋଇଥାଏ।

ସାବଧାନ ! ବଜାରରେ ମିଳୁଛି ଏବେ ଏସିଡ଼ରେ ଧୁଆ ଅଦା, ଜାଣନ୍ତୁ କିପରି ଚିହ୍ନିବେ ଅସଲି ଅଦା | Kanak News

ଅଦା ଖାଇବା ଦ୍ୱାରା ଶରୀରରୁ ଝାଳ ବୋହିବା କମ୍‌ ହୋଇଥାଏ। ଏହା ବ୍ୟକ୍ତିକୁ ଯୁବା ଦିଶେଇବାରେ ସହାୟ ହୁଏ। ରୀତିମତ ଅଦା ଖାଉଥିବା ବ୍ୟକ୍ତିଙ୍କୁ ସକାଳୁଆ ଆଳସ୍ୟ ଲାଗେ ନାହିଁ। ବିଶେଷ କରି ମହିଳାମାନଙ୍କୁ ଗର୍ଭବତୀ ଥିବା ସମୟରେ ଯେଉଁଭଳି ମାନ୍ଦା ଅନୁଭୂତ ହୋଇଥାଏ ଅଦା ଖାଇବା ଦ୍ୱାରା ତାହା କମ୍‌ ହୋଇଥାଏ। ଗଣ୍ଠିମୁଣ୍ଡରେ ଯେଉଁ ଯନ୍ତ୍ରଣା ଅନୁଭବ ହୋଇଥାଏ ଅଦା ଖାଇବା ଦ୍ୱାରା ତାହା କମ୍‌ ଜଣାଯାଏ। ଏହା ହୁଏତ ତୁରନ୍ତ ଅନୁଭୂତ ନ ହୋଇପାରେ ମାତ୍ର ସବୁଦିନ ପାଇଁ ଯନ୍ତ୍ରଣାକୁ ଦୂରେଇ ଦେଇପାରେ ଅଦା।

ହୃଦ୍‌ରୋଗୀଙ୍କ ପାଇଁ ମଧ୍ୟ ଅଦା ଖୁବ୍‌ ଭଲ ହୋଇଥାଏ। ଗବେଷକମାନଙ୍କ କହିବା ଅନୁଯାୟୀ ଦିନକୁ ୨ ଗ୍ରାମ୍‌ ଅଦା ଖାଇବା ଦ୍ୱାରା ରକ୍ତରୁ ସର୍କରା ସ୍ତର ୧୦ ପ୍ରତିଶତ କମ୍‌ ହୋଇଥାଏ। ଅଦାର କୌଣସି ପାର୍ଶ୍ୱ ପ୍ରଭାବ ମଧ୍ୟ ନାହିଁ। ଶରୀରରୁ ଚର୍ବି ଖସାଇବାରେ ଅଦାର ଭୂମିକା ଅତୁଳନୀୟ। ପାଚନକ୍ରିୟା ଅଦା ବେଶ୍ ସହାୟକ ହୋଇଥାଏ। ତେଣୁ ଅଦା ରସକୁ ଗରମ ପାଣିରେ ସେବନ କଲେ ପେଟର ଚର୍ବି ହ୍ରାସ ଘଟିଥାଏ।ସେହିପରି ଅଦାକୁ ମୁଣ୍ଡବିନ୍ଧା ରୋଗକୁ ହ୍ରାସ କରିବାକୁ ମଧ୍ୟ ବ୍ୟବହାର କରାଯାଇଥାଏ। ମୁଣ୍ଡବିନ୍ଧା ବେଳେ ଗରମ ପାଣିରେ ଅଦାର ରସ ପକାଇ ବ୍ୟବହାର କଲେ ମୁଣ୍ଡବିନ୍ଧାରୁ ଆରକମ ମିଳିଥାଏ।ଯଦି କାଶ ହେଉଥାଏ ତେବେ ପାଟିରେ ଅଦା ଯାକିଲେ କାଶ ଭଲ ହୋଇଥାଏ।ଯଦି ଅଳସୁଆ ଲାଗୁଛି ତେବେ ଅଦାକୁ ଛେଚି ତା’ ରସକୁ ପ୍ରତ୍ୟେକ ଦିନ ଏକ ଚାମଚ ସେବନ କରିବା ଦ୍ଵାରା ଆଳସ୍ୟପଣ ଦୂର ହୋଇଥାଏ।

Share this :

Leave a Reply

Your email address will not be published. Required fields are marked *