ବ୍ରହ୍ମପୁର: ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ । ଦୈନିକ ଖବରକାଗଜବ୍ରହ୍ମପୁର ସଂସ୍କରଣର ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ବ୍ରହ୍ମପୁର ବଡ ମେଡିକାଲ ଅଣାଯାଇ ଚିକିତ୍ସା କରାଯାଉଥିଲା। ତେବେ ଡାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ଫଳ କିଛି ମିଳିନଥିଲା। ଶେଷରେ ତାଙ୍କ ପରଲୋକ ହୋଇଛି । ପେସାରେ ସାମ୍ବାଦିକ ଏବଂ ଓକିଲ ଥିଲେ ଚିରଞ୍ଜିତ। ଜଣେ ମେଳାପୀ ମଣିଷ ଥିଲେ । ଲୋକଙ୍କୁ ସାହାର୍ଯ୍ଯ କରିବା, ସତ୍ଯ ଖବରକୁ ଲୋକ ଲୋଚନକୁ ଆଣିବା ତାଙ୍କର ଲକ୍ଷ୍ୟ ଥିଲା। ତାଙ୍କ ବିୟୋଗରେ ସମସ୍ତ ସାମ୍ବାଦିକ ଓ ଓକିଲଙ୍କ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଚିରଞ୍ଜିତଙ୍କ ବିୟୋଗରେ ବିଜେଡି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇ ତାଙ୍କ ର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।