ବଳକା ଭାତରେ ବନାନ୍ତୁ ଫ୍ରାଏଡ ରାଇସ୍‌

Share this :

ଆବଶ୍ୟକ ସାମଗ୍ରୀ

ସିଝା ହୋଇଥିବା ଚାଉଳ ବା ବଳକା ଭାତ

କଟା  ପିଆଜ

ସିମୋଇ

ରସୁଣ

ଗାଜର

ଆବଶ୍ୟକ ଅନୁସାରେ ଲୁଣ

ଚିଲ୍ଲି ପାଉଡର

ଚିଲ୍ଲୀ ଫ୍ଲେକ୍ସ

ଭିନେଗାର

ଟମାଟୋ ସସ୍‌

Vangi Bhaath/Vangi Bhaat/Brinjal Rice/Eggplant Rice - CurryandVanilla

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପ୍ୟାନ୍‌ ନେଇ ସେଥିୀେ ତେଲ ପକାଇ ଗରମ କରନ୍ତୁ ଏବଂ କାଟି ରଖିଥିବା ରସୁଣ, ଛୋଟ କଟା ହୋଇଥିବା ପିଆଜ ପକାଇ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ।ଯେତେବେଳେ ପିଆଜ ଭଲଭାବେ ଭାଜି ହୋଇଯିବ ସେଥିରେ କଟା ରଖିଥିବା ଗାଜର ବିନ୍ସ ପକାଇ ଦୁଇ ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏଥିରେ ଲୁଣ ଲଙ୍କା ପାଉଡର ଚିଲ୍ଲି ଫ୍ଲେକ୍ସ ଫ୍ରାଏଡ ରାଇସ ମସଲା କେଚଅପ୍‌ ଏବଂ ଭିନେଗାର ପକାଇ ସମସ୍ତ ସାମଗ୍ର୍ରୀକୁ ଭଲଭାବେ ମିକ୍ସ କରିଦିଅନ୍ତୁ।

ଏବେ ପ୍ରସ୍ତୁତ ମସଲାରେ ବଳକା ଭାତ ବା ସିଝାଇ ରଖିଥିବା ଚାଉଳକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ ଏବଂ ଢ଼ାଙ୍କୁଣୀ ଦେଇ ଗୋଟେ ରୁ ଦୁଇ ମିନିଟ୍‌ ପର୍ଯ୍ୟନ୍ତ ସିଝିବାକୁ ଦିଅନ୍ତୁ ଯାହାଦ୍ୱାରା ମସଲାର ଫ୍ଲେବର ରାଇସ ସହ ଭଲଭାବେ ମିଶିଯିବ।

ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ଗରମା ଗରମ ଫ୍ରାଏଡ ରାଇସ। ଆପଣ ଏଥିରେ ଧନିଆ ପତ୍ର ପକାଇ ଗାର୍ନିସ କରି ଗରମା ଗରମ ସର୍ଭ କରନ୍ତୁ।

Share this :

Leave a Reply

Your email address will not be published. Required fields are marked *