ଶାବଳରେ ପିପିପିଟି ବୃଦ୍ଧା ସ୍ତ୍ରୀଙ୍କର ଜୀବନ ନେଲା ବୃଦ୍ଧ ସ୍ବାମୀ

Share this :

ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ। ସାତ ଜନମର ସାଥୀ ହେବାକୁ କଥା ଦେଇଥିଲେ। କୌଣସି କଥା ପାଇଁ ସାଥ ଜନମର ସାଥୀକୁ ସ୍ୱାମୀ ଶାବଳ ପକାଇ ମାରିଦେଇ ଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲାରେ। ମୃତ ମହିଳା ଜଣଙ୍କ ହେଲେ କମଳା ଓଝା। ପୁଲିସ ସ୍ୱାମୀ ଅଜୟ ଓଝାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Ajoya Ojha

ଗତକାଲି କମଳା ଘରେ ଶୋଇଥିଲେ। ଏହି ସମୟରେ ଅଜୟ ଏକ ଶାବଳ ଆଣି ତାଙ୍କ ମୁଣ୍ଡକୁ ବାଡ଼େଇ ଦେଇଥିଲେ। ଘଟଣାସ୍ଥଳରେ କମଳାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ପଡ଼ୋଶୀ କମଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

Share this :

Leave a Reply

Your email address will not be published. Required fields are marked *