ସଙ୍କଟରେ ଗଜରାଜ: ହାତୀକୁ ମାରି ଦାନ୍ତ କାଟିନେଲେ ଶିକାରୀ

Share this :

ଦନ୍ତା ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରୀ। ଏଭଳି ଅଭିଯୋଗ ଆସିଛି କୁଳଡିହା ଅଭୟାରଣ୍ୟରୁ। କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ ହୋଇଛି। ହାତୀର ମୃତଦେହ କଳମଚତୁରୀ ଜଙ୍ଗଲରେ ପଡ଼ିଥିବା ବନ ବିଭାଗ କର୍ମଚାରୀ ଗତକାଲି ପାଟ୍ରୋଲିଂ କରୁଥିବା ସମୟରେ ଦେଖିଥିଲେ। ହାତୀଟିକୁ ଶିକାର କରାଯାଇ ତାର ଦାନ୍ତକୁ କାଟି ନେଇଯାଇଥିବା ଜଣାପଡ଼ିଥିଲା।

Elephant

ଏନେଇ ଡିଏଫ୍‌ଓ ଖୁସୱନ୍ତ ସିଂ କହିଛନ୍ତି, କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ ହୋଇଥିବା ମୁଁ ଖବର ପାଇଛି। ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟାସତ ଜଣାପଡ଼ିବ।

Share this :

Leave a Reply

Your email address will not be published. Required fields are marked *