ସାଙ୍ଗର ମୁଣ୍ଡ କାଟିଦେଲା ସାଙ୍ଗ : ପ୍ରେମିକାକୁ ପଠାଇଲା ବିଭତ୍ସ ଫଟୋ

Share this :

ହାଇଦ୍ରାବାଦ : ନିଜ ଗାର୍ଲଫ୍ରେଣ୍ଡ ସହ କଥା ହେବା ଓ ତାକୁ ମେସେଜ ପଠାଇବା ଘଟଣାରେ ଉତ୍‌କ୍ଷିପ୍ତ ଜଣେ ୨୨ ବର୍ଷୀୟ ଯୁବକ ତା’ର ସାଙ୍ଗକୁ ନିର୍ମମ ଭାବରେ ହତ୍ୟା କରିଥିବା ଶନିବାର ପୁଲିସ ପ୍ରକାଶ କରିଛି। କେବଳ ସେତିକି ନୁହେଁ, ଜହ୍ଲାଦ ଜଣକ ନିଜ ସାଙ୍ଗକୁ ହତ୍ୟା କରିବା ପରେ ତା’ର ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଛି ଏବଂ ତା’ର ଛାତି ଚିରି ହୃତ୍‌ପିଣ୍ଡ ବାହାର କରିଦେବା ସହ ତା’ର ଯୌନାଙ୍ଗ ଓ ଆଙ୍ଗୁଠିଗୁଡ଼ିକୁ ଖଣ୍ଡ ଖଣ୍ଡ କରି କାଟିପକାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ଯାହାକୁ ନିଜର ଗାର୍ଲଫ୍ରେଣ୍ଡ ବୋଲି କହୁଛି ତା’ ସହ ତା’ ସାଙ୍ଗର ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। ପୁଲିସ ଶବ ଜବତ କରି ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏ ସମ୍ପର୍କରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ ନବୀନ, ହରିହର କୃଷ୍ଣ ଓ ଝିଅଟି ଗୋଟିଏ କଲେଜରେ ପାଠ ପଢ଼ନ୍ତି। ଏକା ଝିଅ ସହ ଦୁଇ ଜଣ ପ୍ରେମରେ ପଡ଼ିଥିଲେ। ନବୀନ ପ୍ରଥମେ ଝିଅକୁ ଭଲ ପାଇଥିଲା ଏବଂ ଦୁହେଁ ଡେଟିଂ ଆରମ୍ଭ କରିଥିଲେ। ଏମିତି କିଛି ବର୍ଷ ଦୁହିଙ୍କ ଭିତରେ ରୋମାନ୍ସ ଚାଲିବା ପରେ ସେମାନଙ୍କ ମଧ୍ୟରେ ଫାଟ ହୋଇଥିଲା। ଏହାପରେ ହରିହର କୃଷ୍ଣ ଉକ୍ତ ଝିଅକୁ ପ୍ରେମ ନିବେଦନ କଲା ଏବଂ ଝିଅ ବି ତାହାକୁ ଗ୍ରହଣ କଲା। କିନ୍ତୁ ନବୀନ ସହ ଝିଅର ପୂର୍ବରୁ ସମ୍ପର୍କ ଥିବାରୁ ସେ ଝିଅ ପାଖକୁ ମେସେଜ ପଠାଇବା ସହିତ ତା’ ସହ ଫୋନରେ କଥା ହେଉଥିଲା। କୃଷ୍ଣ ଏ କଥା ଜାଣିଲା ପରେ ଉତ୍‌କ୍ଷିପ୍ତ ହୋଇଉଠିଲା। ଫେବ୍ରୁଆରି ୧୭ରେ ନବୀନ ଓ ହରିହର କୃଷ୍ଣ ଭିତରେ ଝଗଡ଼ା ହେଲା ଏବଂ ହରିହର ନବୀନକୁ ତଣ୍ଟି ଚିପି ହତ୍ୟା କଲା। ଏହାପରେ ସେ ନବୀନର ମୁଣ୍ଡ କାଟ କରି ହୃତ୍‌ପିଣ୍ଡ ତାଡ଼ିବା ସହ ଯୌନାଙ୍ଗ ଛେଦନ କରି ତା’ର ଫଟୋ ଉଠାଇ ତା’ ଗାର୍ଲଫ୍ରେଣ୍ଡ ପାଖକୁ ହ୍ବାଟ୍‌ସଆପ୍‌ରେ ଛାଡ଼ିଥିବା ପୁଲିସ ପ୍ରକାଶ କରିଛି।

Share this :

Leave a Reply

Your email address will not be published. Required fields are marked *