ସୁପର୍ କ୍ରିସ୍ପି ଫିଙ୍ଗର୍ ଚିପ୍ସ୍

Share this :

ଆବଶ୍ୟକ ସାମଗ୍ରୀ: ଗାଜର, ପୋଟଳ, ବିମ୍ସ, ଫୁଲ ‌କୋବି, ଆଳୁ, ବେସନ, ଚାଉଳ ଗୁଣ୍ଡ, ଧଳା ରାଶି, ଗରମ ମସଲା, ହଳଦୀ ଗୁଣ୍ଡ, କାଶ୍ମୀର ଚିଲି ଓ ଚାଟ ମସଲା, ଛେଚା ଅଦା, କଞ୍ଚା ଲଙ୍କା ଓ  ଲୁଣ  ପ୍ରସ୍ତୁତ ପ୍ରଣାଳୀ: ଫିଙ୍ଗର ଚିପ୍ସ ତିଆରି କରିବାକୁ ହେଲେ  କିଛି ଗାଜର, ପୋଟଳ, ବିମ୍ସ, ଫୁଲ ‌କୋବି ଓ ଆଳୁ ଆଣନ୍ତୁ। ତାକୁ ଲମ୍ବା ଲମ୍ବା କରି କାଟି  ଧୋଇ ଏକ ବଡ଼ ପାତ୍ରରେ ରଖନ୍ତୁ। ପରେ […]

Bhindi Kurkuri/Crispy Indian Spiced Okra Fry - CurryandVanilla

ଆବଶ୍ୟକ ସାମଗ୍ରୀଗାଜର, ପୋଟଳ, ବିମ୍ସ, ଫୁଲ ‌କୋବି, ଆଳୁ, ବେସନ, ଚାଉଳ ଗୁଣ୍ଡ, ଧଳା ରାଶି, ଗରମ ମସଲା, ହଳଦୀ ଗୁଣ୍ଡ, କାଶ୍ମୀର ଚିଲି ଓ ଚାଟ ମସଲା, ଛେଚା ଅଦା, କଞ୍ଚା ଲଙ୍କା ଓ  ଲୁଣ

 ପ୍ରସ୍ତୁତ ପ୍ରଣାଳୀ: ଫିଙ୍ଗର ଚିପ୍ସ ତିଆରି କରିବାକୁ ହେଲେ  କିଛି ଗାଜର, ପୋଟଳ, ବିମ୍ସ, ଫୁଲ ‌କୋବି ଓ ଆଳୁ ଆଣନ୍ତୁ। ତାକୁ ଲମ୍ବା ଲମ୍ବା କରି କାଟି  ଧୋଇ ଏକ ବଡ଼ ପାତ୍ରରେ ରଖନ୍ତୁ।

ପରେ ସେଥିରେ ଅଳ୍ପ ବେସନ, ଚାଉଳ ଗୁଣ୍ଡ, ଧଳା ରାଶି, ଗରମ ମସଲା, ହଳଦୀ ଗୁଣ୍ଡ, କାଶ୍ମୀର ଚିଲି ଓ ଚାଟ ମସଲା ପକାନ୍ତୁ। ସେଥିରେ ଅଳ୍ପ ପାଣି ଦେଇ ଗୋଳାଇ ଦିଅନ୍ତୁ। ଯେମିତି ତାହା ପାଣିଆ ନ ହେବ। ପରେ  ଛେଚା ଅଦା, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ  ଗୋଳାଇ ଦିଅନ୍ତୁ। ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ସେଥିରେ ମସଲା ଗୋଳା ପରିବାକୁ ପକାଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ ତାକୁ ଛାଣନ୍ତୁ। ମଝିରେ ମଝିରେ ତାକୁ ଓଲଟାଇ ଦିଅନ୍ତୁ। ଏହା ହୋଇଯିବା ପରେ  ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା କୁଡ଼ୁମୁଡିଆ ଫିଙ୍ଗର ଚିପ୍ସ।

Share this :

Leave a Reply

Your email address will not be published. Required fields are marked *