ଆଖି ବୁଜିଲେ ଅଭିନେତ୍ରୀ ନୀଲୁ କୋହଲୀଙ୍କ ସ୍ୱାମୀ ହରମିନ୍ଦର ସିଂହ, ବାଥରୁମରେ ପଡ଼ି ମୃତ୍ୟୁ !

Share this :

ଲୋକପ୍ରିୟ ଅଭିନେତ୍ରୀ ନିଲୁ କୋହଲିଙ୍କ ସ୍ୱାମୀ ହରମିନ୍ଦର ସିଂହଙ୍କ ପରଲୋକ ହୋଇଛି । ତାଙ୍କର ଅକସ୍ମାତ ମୃତ୍ୟୁକୁ ନେଇ ଅଭିନେତ୍ରୀଙ୍କୁ ମାନସିକ ଆଘାତ ଲାଗିଛି । ତେବେ ହରମିନ୍ଦରଙ୍କ ମୃତଦେହ ବାଥରୁମରୁ ମିଳିଥିବା ଜଣାପଡିଛି ।

या' प्रसिद्ध अभिनेत्रीवर कोसळला दुःखाचा डोंगर; पतीने घेतला अखेरचा श्वास - tv and bollywood actress nilu kohli husband harminder singh passes away | TV9 Marathi

ସୂଚନା ମୁତାବକ, ବାଥରୁମରେ ପଡିଯିବା ଯୋଗୁଁ ବ୍ରେନ୍ ହାମ୍ରେଜ୍ ହୋଇ ହରମିନ୍ଦରଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତ୍ୟୁ ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ପ୍ରାର୍ଥନା ପାଇଁ ଗୁରୁଦ୍ୱାର ଯାଇଥିଲେ । ସେଠାରୁ ଘରକୁ ଫେରି ବାଥରୁମ ଯାଇଥିବାବେଳେ ସେଠାରେ ତାଙ୍କର ଗୋଡ ଖସିଯିବାରୁ ପଡିଯାଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ସେ ସମୟରେ ଘରେ ଜଣେ ହାଉସ୍ କିପରଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ । ଗୁରୁଦ୍ୱାରରୁ ଫେରି ବାଥରୁମ ଯାଇଥିଲେ ହରମିନ୍ଦର । ହେଲେ ବାଥରୁମରୁ ନଫେରିବାରୁ ହାଉସ୍ କିପର ଯାଇ ତନଖିଥିଲେ । ବାଥରୁମ ଚଟାଣ ଉପରେ ସେ ପଡିଥିବା ଦେଖିଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Share this :

Leave a Reply

Your email address will not be published. Required fields are marked *