ମସରୁମ୍‌ ମଞ୍ଚୁରିଆନ୍‌

Share this :

ଆବଶ୍ୟକ ସାମଗ୍ରୀ

ଘୋଳ ବନାଇବା ପାଇଁ ଅଧା କପ୍‌ ମଇଦା
ତିନି ଚାମଚ କର୍ନଫ୍ଲୋର
ଅଦା-ରସୁଣ ପେଷ୍ଟ
ଅଧା ଚାମଚ ଗୋଲମରୀଚ
ସୋୟା ସସ୍‌
ଅଧା କପ୍‌ ଚିନି
୨୫୦ ଗ୍ରାମ ମସରୁମ୍‌
ଗ୍ରୀନ ପିଆଜ କଟା ଛୋଟ ହୋଇଥିବା
କଞ୍ଚା ଲଙ୍କା ଛୋଟ କଟା ହୋଇଥିବା
ଦୁଇଟି ରସୁଣ କୋଲା ଛୋଟ କଟା ହୋଇଥିବା
ଗୋଲ ମରୀଚ ପାଉଡର
ସୋୟା ସସ୍‌
ସିମଲା ଲଙ୍କା ଛୋଟ କଟା ହୋଇଥିବା

Mushroom Manchurian (Gravy) | Savory Bites Recipes - A Food Blog with Quick and Easy Recipes

ପ୍ରସ୍ତୁତି ପ୍ରଣାଳୀ

ମସରୁମ୍‌ ମଞ୍ଚୁରିଆନ୍‌ ବନାଇବା ପାଇଁ ସର୍ବପ୍ରଥମେ ଘୋଳ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ଏକ ଗିନାରେ ଘୋଳ ବନାଇବାର ସମସ୍ତ ସାମଗ୍ରୀକୁ ପକାଇବା ପରେ ମଇଦା, କର୍ନଫ୍ଲୋରକୁ ମିକ୍ସ କରନ୍ତୁ। ଏଥିରେ ଅଦା-ରସୁର ପେଷ୍ଟ ପକାନ୍ତୁ। ଏହାସହିତ ଗୋଲମରୀଚ ପାଉଡର ଏବଂ ସୋୟା ସସ୍‌ ମିଶାଇ ପାଣି ପକାନ୍ତୁ। ଘୋଳକୁ ନା ଅଧିକ ପତଳା କରିବେ ନା ଅଧିକ ଗାଢ଼ା। ମସରୁମକୁ ଭଲଭାବେ ପୋଛି ଦିଅନ୍ତୁ, ଯେପରି ପାଣି ଟିକେ ବି ରହିନଥିବ। ଏବେ କଡାରେ ତେଲ ଗରମ କରନ୍ତୁ। ମସରୁମକୁ ଘୋଳରେ ବୁଡାଇ ଗରମ ତେଲରେ ମିଡିୟମ୍‌ ଫ୍ଲେମରେ ଫ୍ରାଏ କରନ୍ତୁ। ଏହିଭଳି ଭାବେ ମସରୁମକୁ ଛାଣି ଅଲଗା ରଖି ଦିଅନ୍ତ୍‌ୁ। ଏବେ ଏକ ଅନ୍ୟ କଡାରେ ତେଲ ଗରମ କରି ସେଥିରେ କଟା ପିଆଜ ପକାଇ ଭାଜନ୍ତୁ।
ଏହାପରେ ଏଥିରେ କଟା ହୋଇଥିବା ଗ୍ରୀନ୍‌ ପିଆଜ, କଞ୍ଚା ଲଙ୍କା, ଅଦା-ରସୁଣ ଏବଂ ସମସ୍ତ କଟା ହୋଇଥିବା ପତ୍ର ପକାଇ ଧିମା ଆଞ୍ଚରେ ଭାଜି ଦିଅନ୍ତୁ। ଏବେ ଗୋଲମରୀଚ ପାଉଡର, ଲୁଣ ଏବଂ ଅଳ୍ପ ଚିନି ପକାଇ ସୋୟା ସସ୍‌ ପକାନ୍ତୁ। ଯଦି ଆପଣ ଗ୍ରେଭୀ ମଞ୍ଚୁରିଆନ୍‌ ଚାହୁଁଛନ୍ତି ତାହେଲେ ଅଳ୍ପ ପାଣି ପକାଇ ଘୋଡାଇ ରାନ୍ଧନ୍ତୁ। ଯେତେବେଳେ ପାଣି ଭଲଭାବେ ଫୁଟି ଗାଢ଼ ହୋଇଯିବ ସେଥିରେ ଛାଣି ରଖିଥିବା ମସରୁମ୍‌ ପକାଇ ଭଲଭାବେ ମିକ୍ସ କରି ପ୍ରାୟ ତିନି ରୁ ଚାରି ମିନିଟ୍‌ ଘୋଡାଇ ରାନ୍ଧନ୍ତୁ। ଆପଣଙ୍କ ଟେଷ୍ଟି ମସରୁମ୍‌ ମଞ୍ଚୁରିଆନ୍‌ ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ନୁଡଲ୍ସ ଏବଂ ଫ୍ରାଏଡ ରାଇସ ସହିତ ଗରମାଗରମ ସର୍ଭ କରନ୍ତୁ।

Share this :

Leave a Reply

Your email address will not be published. Required fields are marked *