ଚଟ୍‌ପଟା ଆଳୁ ଟିକ୍କି ଚାଟ୍

Share this :

ଆବଶ୍ୟକ ସାମଗ୍ରୀ: ସିଝା ଆଳୁ, ତେଲ, ଧଣିଆ ପତ୍ର, କଞ୍ଚା ଲଙ୍କା, କର୍ନଫ୍ଲୋର୍‌, ଲୁଣ, ତେଲ, ଦହି, ତେନ୍ତୁଳିର ମିଠା ଚଟଣୀ, ଧଣିଆ ଚଟଣୀ, ଭଜା ଜିରା ଗୁଣ୍ଡ, ବିଟ୍‌ ଲୁଣ, ଭଜା ଲଙ୍କାଗୁଣ୍ଡ ଓ ଛଣା ସେଉ।

Aloo Tikki Chaat Recipe (Delhi Style) - Fun FOOD Frolic

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ଆଳୁକୁ ଭଲଭାବେ ଚକଟି ଦିଅନ୍ତୁ। ପରେ ଏଥିରେ କଟା କଞ୍ଚା ଲଙ୍କା, ଲୁଣ, ଧଣିଆ ପତ୍ର ଓ କର୍ନପ୍ଲୋର୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ଏହା ଭିତରେ ହାତରେ ଅଳ୍ପ ତେଲ ନେଇ ସିଝା ଆଳୁ ଚକଟାରୁ କିଛି ଆଣି ନିଜ ମନପସନ୍ଦର ଆକୃତି ଦେଇ ଗୁଳା ବନାନ୍ତୁ। ଏବେ ଏହାକୁ ହାତରେ ଟିକେ ଚେପଟା କରିଦିଅନ୍ତୁ। ସମସ୍ତ ଆଳୁକୁ ଏହିପରି କରି ଗୋଟିଏ ଗୋଟିଏ ଟିକ୍କି ପ୍ରସ୍ତୁତ କରି ରଖନ୍ତୁ। ପ୍ୟାନ୍‌ରେ ତେଲ ଗରମ ହୋଇଯିବା ପରେ ଆଳୁ ଟିକ୍କିଗୁଡ଼ିକୁ ସେଥିରେ ପକାଇ କମ୍‌ ଆଞ୍ଚରେ ଭଲ ଭାବେ ସେକନ୍ତୁ। ଆଳୁ ଟିକ୍କିର ଗୋଟିଏ ପଟ ସୁନେଲି ରଙ୍ଗ ହୋଇଆସିଲେ,ଏହାକୁ ଓଲଟାଇ ଦିଅନ୍ତୁ ଓ ଉଭୟ ପଟ ଲାଲ୍‌ ହେବା ଯାଏ ସେକନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଆଳୁ ଟିକ୍କି।

Share this :

Leave a Reply

Your email address will not be published. Required fields are marked *