ଘରେ ପ୍ରସ୍ତୁତ କରନ୍ତୁ ଟମାଟୋ ରାଇସ୍

Share this :

ଆବଶ୍ୟକ ସାମଗ୍ରୀ: ଟମାଟୋ, ଅରୁଆ ଚାଉଳ, କଞ୍ଚାଲଙ୍କା, ଗୁଜୁରାତି, ଲବଙ୍ଗ, ରସୁଣ, ଅଦା, ନଡ଼ିଆ କୋରା, ଜିରା ଗୁଣ୍ଡ, ଗୋଟା ଜିରା, ଘିଅ, କଟା ପିଆଜ, ତେଜପତ୍ର, ଲୁଣ ଓ ପୋଦିନା ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ଭଲଭାବେ ଧୋଇ ସଫା କରିଦିଅନ୍ତୁ। ବର୍ତ୍ତମାନ ଟମାଟୋ, କଞ୍ଚାଲଙ୍କା, ଗୁଜୁରାତି, ଲବଙ୍ଗ, ରସୁଣ, ଅଦା, ନଡ଼ିଆ କୋରାକୁ ଏକାଠି ଗ୍ରାଇଣ୍ଡିଂ କରି ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟ୍‌ରେ ଜିରା ଗୁଣ୍ଡ ମିଶାନ୍ତୁ।

ବର୍ତ୍ତମାନ ଏକ କଡ଼େଇରେ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ, ଏଥିରେ ଗୋଟା ଜିରା ଓ ତେଜପତ୍ର ପକାନ୍ତୁ। ଏହା ପରେ ଏଥିରେ କଟା ପିଆଜ ପକାନ୍ତୁ। ପିଆଜ ଲାଲ୍‌ ହେବା ଯାଏ ଏହାକୁ ଭାଜନ୍ତୁ।

ବର୍ତ୍ତମାନ ଏଥିରେ ପୂର୍ବରୁ ପ୍ରସ୍ତୁତ ଟମାଟୋ ପେଷ୍ଟ୍‌ ପକାନ୍ତୁ। ମସଲା କଷି ହୋଇଯିବା ପରେ ଏଥିରେ ଧୁଆ ଚାଉଳକୁ ପକାଇ ଦିଅନ୍ତୁ।

ଏହାପରେ ଏଥିରେ ଆବଶ୍ୟକ ପରିମାଣର ପାଣି ଓ ଲୁଣ ଦେଇ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ଚାଉଳ ସିଝିଗଲେ ଓ ପାଣି ମରିଗଲେ, ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଟମାଟୋ ରାଇସ୍। ଏଥିରେ ପୋଦିନା ପତ୍ର ପକାଇ ଏହାକୁ ଗରମ ଗରମ ରାଇତା କିମ୍ବା ତରକାରି ସହ ପରଷନ୍ତୁ।

Share this :

Leave a Reply

Your email address will not be published. Required fields are marked *