ପନୀର ଭେଜ ପରଟା

Share this :

ଆବଶ୍ୟକ ସାମଗ୍ରୀ: ଅଟା, ରିଫାଇନ ତେଲ,  ଲୁଣ, ଗାଜର, କ୍ୟାପସିକମ୍‌, ମସରୁମ୍‌, ପିଆଜ, ଧନିଆ ପତ୍ର, ଅଦା, ପନୀର, କଟା କଞ୍ଚାଲଙ୍କା, ଲୁଣ, ଗରମ ମସଲା, ସସ୍‌ ।

ପ୍ରସ୍ତୁତ ପ୍ରଣାଳୀ: ଗୋଟିଏ ବାଉଲରେ ଅଟା ନିଅନ୍ତୁ। ସେଥିରେ କିଛି ତେଲ, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କିଛି କିଛି ପାଣି ଦେଇ ଅଟାକୁ ଭଲ ଭାବେ ଚକଟି ଦିଅନ୍ତୁ। ତାହାକୁ ୧୫ ମିନିଟ୍‌ ପାଇଁ ରଖି ଦିଅନ୍ତୁ।

ଏହାପରେ ଏକ ବାଉଲରେ ଛୋଟ ଛୋଟ ସାଇଜ୍‌ର କଟା ହୋଇଥିବା ଗାଜର, କ୍ୟାପସିକମ୍‌, ମସରୁମ୍‌, ପିଆଜ, ଧନିଆ ପତ୍ର , ଅଦା ଛେଚା, କଟା କଞ୍ଚାଲଙ୍କା, ଲୁଣ, ଗରମ ମସଲାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଉକ୍ତ ବାଉଲରେ ଗ୍ରେଟେଡ ପନୀର ପକାନ୍ତୁ ।

ଏହାପରେ ଅଟା ଗୁଳାକୁ ନେଇ ତାହାକୁ ରୁଟି ଆକାରର କରନ୍ତୁ।  ସେଥିରେ ଭେଜିଟେବୁଲ, ପନୀର ଷ୍ଟଫିଂ ଦେଇ ତାହାକୁ ଫୋଲ୍ଡ କରି ଦିଅନ୍ତୁ। ଏହାକୁ ପ୍ୟାନ୍‌ରେ ପରଟା ପରି ସେକି ଉଭୟ ସାଇଡରେ ରିଫାଇନ୍‌ ଦେଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପନୀର ଭେଜ ପରଟା। ଏହାକୁ ଗରମାଗରମ ସସ୍‌ ସହ ପରଷନ୍ତୁ।

Share this :

Leave a Reply

Your email address will not be published. Required fields are marked *