ଆବଶ୍ୟକ ସାମଗ୍ରୀ: ମଟନ୍, ମୁଗ ଡାଲି, ବୁଟ ଡାଲି, ଗହମ, ଘିଅ, ଲବଙ୍ଗ, ତେଜପତ୍ର, କେଶର, ବଟା କଞ୍ଚାଲଙ୍କା, ଜାୟତ୍ରୀ, ଗୁଜୁରାତି, ଅଦା ଓ ରସୁଣ ବଟା, ଭଜା ପିଆଜ ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆବଶ୍ୟକ ପରିମାଣର ଡାଲି (ଉଭୟ ମୁଗ ଓ ବୁଟ) ଓ ଗହମକୁ ଦୁଇଘଣ୍ଟା ପାଇଁ ପାଣିରେ ବତୁରେଇ ଦିଅନ୍ତୁ।
ଏହା ବତୁରିଯିବା ପରେ କଡ଼େଇରେ ଘିଅ ଗରମ କରି ଏଥିରେ ତେଜପତ୍ର, ଲବଙ୍ଗ, ଜାୟତ୍ରୀ ଓ ଗୁଜୁରାତି ପକାନ୍ତୁ। ପରେ ଏଥିରେ ଅଦା ଓ ରସୁଣ ବଟାକୁ ପକାଇ ମସଲାକୁ କଷନ୍ତୁ। ମସଲାର ରଙ୍ଗ ହାଲ୍କା ଲାଲ୍ ହେବା ଯାଏ ଏହାକୁ କଷନ୍ତୁ। ବର୍ତ୍ତମାନ ମଟନ୍ ସହ କଞ୍ଚା ଲଙ୍କା ପେଷ୍ଟ୍, ହଳଦୀ ଗୁଣ୍ଡ, ଲୁଣ ଓ କେଶର ପକାଇ ଦିଅନ୍ତୁ। ମଟନ୍ ଅଧା ସିଝିବା ଯାଏ ମିଶ୍ରଣକୁ କଷନ୍ତୁ । ଏବେ ଏଥିରେ ପୂର୍ବରୁ ବତୁରିଥିବା ଗହମ ଓ ଡାଲି ପକାଇ ଦିଅନ୍ତୁ। ଡାଲି ପୁରା ସିଝିବା ସହ ଏହା ମିଶିବା ଯାଏ ମଟନ୍କୁ କଷନ୍ତୁ। ମଟନ୍ ସମ୍ପୂର୍ଣ ସିଝିଯିବାପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ମଟନ୍ ହାଲିମ୍।